Adv Chittaranjan Nanda

Adv Chittaranjan Nanda Legal matters

*********************କଳା କଳେବର କମଳ ଆଖି*********************ହେ କଳା କଳେବର ଅରବିନ୍ଦ ନୟନ,ପୁଣ୍ଡରୀକାକ୍ଷ ତୁମେ ହେ କମଳ ନୟନ,ରାଧା ପ୍...
20/01/2026

*********************
କଳା କଳେବର କମଳ ଆଖି
*********************
ହେ କଳା କଳେବର ଅରବିନ୍ଦ ନୟନ,
ପୁଣ୍ଡରୀକାକ୍ଷ ତୁମେ ହେ କମଳ ନୟନ,
ରାଧା ପ୍ରେମୀକ ତୁମ ନାମ ପଦ୍ମ ଲୋଚନ,
ଆହେ ପୁଣ୍ଡରିକ ନେତ୍ର ରାଜୀବ ଲୋଚନ
|୧|

ଆହେ କଳାକୃଷ୍ଣ ତୁମରି ଆଖି ଦିଓଟି,
ସତେ ପଦ୍ମ ଭଳି ସୁନ୍ଦର ଦିଶୁ ଥାଏ ଟି,
ଆମ ଓଡ଼ିଆରେ ଗୋଟିଏ କଥା ଅଛି ଟି,
ଷୋଳ କଳାରୁ ଏକ କଳା ନନ୍ଦ ବାଳା ଟି
|୨|

ଆହେ ଜଗନ୍ନାଥ ତୁମେ କଳା କଳେବର,
ଷୋହଳ କଳା ତୁମର ଆହେ ନିରାକାର,
ତୁମେ ଅନାଦି ପରବ୍ରହ୍ମ ଏ ସଂସାରର,
ଦାରୁ ରୂପରେ ଆର୍ବିଭାବ ପରମେଶ୍ୱର
|୩|

ହେ କଳା କଳେବର ତୁମ କମଳ ଆଖି,
ଶତ ଲାଲିତ୍ୟର ଦୀପ୍ତି, ଲାଖି ଯାଏ ଆଖି,
କଳା ଠାକୁର, ସର୍ଵ କଳାର ସମାବେଶ,
ହେ ଶ୍ରୀନାଥ ଷୋଳ କଳା ପୂର୍ଣ୍ଣ ଅମୃତେଶ
|୪|

ତୁମ ମୁଖ ଚାରୁ ଚନ୍ଦ୍ରିକା ରୂପ ମାଧୁର୍ଯ୍ୟ,
ତାହା ମାଣିକ ମଣି ମୁକ୍ତା ଜ୍ୟୋତି ବୈଦୂର୍ୟ୍ଯ,
କହ୍ନେଇ, ଶାଶ୍ଵତ ପ୍ରେମର ଦିବ୍ୟ ସ୍ଵରୂପ,
ତୁମରି ଅଲୌକିକ ଲୀଳା କୀର୍ତ୍ତି କଳାପ
|୫|

ତୁମ ଷୋଳକଳା ଯୋଗ ଶାସ୍ତ୍ର, ତନ୍ତ୍ର ଶାସ୍ତ୍ର,
ଜ୍ୟୋତିଷ, ଶାସ୍ତ୍ର ଓ ଦର୍ଶନ ଶାସ୍ତ୍ର ଆଧାରିତ,
ହେ ଗୋସେଇଁ ସବୁ ଧର୍ମରେ ଯେ ସମାହିତ,
କାଳିଆ ସକଳ ମର୍ମର ରହସ୍ୟ ତତ୍ତ୍ୱ
|୬|

କଳା ଚାନ୍ଦ ତୁମେ କୋଟି ଲାବଣ୍ୟର କାନ୍ତି,
କଳା କାଞ୍ଚନ ତୁମେ ଶତ ଲାଲିତ୍ୟର ଦୀପ୍ତି,
ଚକାଡୋଳା ସକଳ ଦୃଷ୍ଟିର ଅନ୍ତର୍ଦୃଷ୍ଟି,
ଷୋଳ କଳାରେ ସମାହିତ ସମସ୍ତ ସ୍ଥିତି
|୭|
*********************
ଚିତ୍ତରଞ୍ଜନ ନନ୍ଦ କଟକ
*********************

17/01/2026

*****************
ଭରସା ମୋ ମାନବରେ
*****************
ଜୀବନର ଅଙ୍କା ବଙ୍କା ଲମ୍ବା ରାସ୍ତାରେ,
ସମତଳ ଓ ଅସମତଳ ରାସ୍ତାରେ
|୧|

ଜଗନ୍ନାଥଙ୍କ ଭରସାରେ ମୁଁ ରହିଛି,
କେତେବେଳେ ମୁଁ ଯେ ଝୁକି ଝୁକି ଚାଲୁଛି
|୨|

ବିଭୋର ହୋଇନି ବି ମିଛ ଆନନ୍ଦରେ,
ଭାଙ୍ଗି ପଡିନି କେବେ ମିଛ ଦୁଃଖରେ
|୩|

ମଣିଷକୁ ଭରସା ବିଶ୍ଵାସ କିରିଛି,
ଅବିଶ୍ୱାସୀର ହିତ ଚିନ୍ତାରେ ବି ଅଛି
|୪|

ଜଗା ଛଡା କା'ର ଗୋଡାଣିଆ ହୋଇନି,
ପ୍ରଶଂସା କଥାର ଚାତୁରୀରେ ଫଶିନି
|୫|

ମଣିଷ ଭିତରେ ରହିଛି ପ୍ରେମ ଭାବ,
ତାହା ଚିରନ୍ତନ ଏବଂ ଶାଶ୍ୱତ ଭାବ
|୬|

ପ୍ରେମ ହୁଏ ସଦା ମହାର୍ଘ ଅନୁଭବ,
ଆଶା, ପ୍ରେମ ଆଲୋକ ଉଦ୍ଭାସିତ ହେବ
|୭|

ମନର ବିକୃତ ଭାବନା ମଣିଷକୁ,
ନେଇଯାଏ ତ ଟାଣି ବିପଦ ଆଡକୁ
|୮|

ଅୟୁତ ଯୁଗରୁ ରହିଛି କଥାଟିଏ,
ଦୂଷିତ ମନର ମଣିଷ ଧଂସ ହୁଏ
|୯|

ନିର୍ଲିପ୍ତ ସରଳ ଜୀବନ ଯେ କାଟିଛି,
ଶ୍ରୀହରିଙ୍କ ଦୟାରୁ ସୁରକ୍ଷିତ ରହିଛି
|୧୦|

ଛାଡିବିନି ନିଜର ଭରସା ମାନବରେ,
କେବେ କାଳେ ଝୁଣ୍ଟିବାର ଭୟରେ
|୧୧|
*****************
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
*****************

15/01/2026

***********************
Title:
Ignorance, knowledge
AUTHOR:
Chittaranjan Nanda
Country: INDIA
Copyrighted
***********************
Ignorance (avidyā in Sanskrit or avijjā in Pāli) is the root cause of suffering,
Ignorance is not a lack of knowledge but misunderstanding.

It is misperception of the nature of reality,
Everything that exists is dependent on other things is reality.

True nature of human is craving,
And clinging leading to suffering.

Wisdom is achieved through right insight,
Such insight is to know the true nature of reality.

To know reality, it is required to know the essential
And also to know the non-essential.

Ignorance can have two meanings,
Act of ignoring or not paying attention, not knowing.

To pay attention to the non-essential is not to know the essential,
To pay attention to the essential is to ignore the unessential.

Mind to know offers an escape,
From being empty and being alone.

Action and reaction are the truth of nature,
Mind to know motivates to nurture.

Knowledge becomes human's mirror,
To guide to deal with any terror.

Such mirror reflects our inner ethics,
To follow true path without bothering critics.

Knowledge is wealth imperishable,
Which gives feeling to walk right path at all time.

15/01/2026

An eagle can sometimes fly over the hen height of a patio,
But a patio hen can never fly over the height of an eagle.

The moral of the story:
You become what you believe you are so aim high and be all that you can be.
If you ever dream to become an eagle, follow your dreams.
Don't listen to people like the chickens. Be all that you are meant to be!

15/01/2026

I got over 10 reactions on one of my posts last week! Thanks everyone for your support! 🎉

15/01/2026

*********
ତତ୍ତ୍ୱଜ୍ଞାନୀ
*********
ଗୋଟିଏ ନଈର ଗୋଟିଏ ପାଶ୍ୱର୍ରେ ଥାଏ ଜମିଦାରଙ୍କ ବସା ଓ ଅନ୍ୟ ପାଶ୍ୱର୍ରେ ଜଣେ ତତ୍ତ୍ୱବିତ୍‌ ପଣ୍ଡିତଙ୍କ ଆଶ୍ରମ । ପ୍ରତ୍ୟେକ ଦିନ ଜମିଦାରଙ୍କ ଆଦେଶରେ ଗଉଡୁଣୀ ମୋତି ସକାଳେ ଡଙ୍ଗା ଯୋଗେ ନଈ ପାରିହୁଏ ଓ ପଣ୍ଡିତଙ୍କୁ ଲୋଟାଏ ଲେଖାଏଁ କ୍ଷୀର ଦେଇ ଡଙ୍ଗାରେ ପୁଣି ଫେରିଆସେ । କ୍ଷୀର ଦେବାକୁ ଆସି ପଣ୍ଡିତଙ୍କ ତତ୍ତ୍ୱପୂର୍ଣ୍ଣ ପ୍ରବଚନ ଶୁଣେ । ଦିନେ ପଣ୍ଡିତ କହିଲେ "ଝିଅ! ଆଗାମୀ କାଲିଠାରୁ ମୁଁ ଏକମାସ ଧରି ଏକ ବ୍ରତ ପାଳନ କରିବି । ସେଥିପାଇଁ ପାହାନ୍ତିଆରୁ ମୋର କ୍ଷୀର ଆବଶ୍ୟକ ହେବ । ଏଣୁ ଅନ୍ଧାର ନଯାଉଣୁ ତୁ ଯଦି କ୍ଷୀର ଆଣିଦେଇ ପାରନ୍ତୁ ତାହା ମୋର କାମରେ ଲାଗନ୍ତା ।' ମୋତି ରାଜି ହେଲା । ମାତ୍ର ପରଦିନ ଠିକ୍‌ ସମୟରେ ପହଞ୍ଚି ପାରିଲା ନାହିଁ, କାରଣ ନଈରେ ବନ୍ୟା ଆସିବାରୁ ନାଉରୀ ଅନ୍ଧାରରେ ନାଆ ଚଳାଇବା ପାଇଁ ରାଜି ହେଲାନାହିଁ । ସକାଳ ହେବାପରେ ନାଆ ଚାଲିବାରୁ ତାର ଆସିବାରେ ଡେରି ହେଲା ।
ପଣ୍ଡିତ ତାଙ୍କ ଚିରାଚରିତ ଢଙ୍ଗରେ ଭାଗବତର କେତୋଟି ପଙ୍‌କ୍ତି ଉଦ୍ଧାର କରି ମୋତିକୁ ବୁଝାଇଲେ- ବିଷ୍ଣୁ ନାମ ଜପ କରି ମଣିଷ ପରା ଭବସାଗର ପାରି ହୋଇଯାଇପାରେ, ତୁ ସାମାନ୍ୟ ନଈଟିଏ ପାରି ହୋଇପାରିଲୁ ନାହିଁ? ମୋତି କହିଲା- ମୁଁ କେବେ ଭାଗବତ ପଢ଼ିନାହିଁ । ଆଜି ଆପଣଙ୍କ ପାଖରୁ ଶୁଣିଲି ଓ ଏହି ତତ୍ତ୍ୱ ଜାଣିଲି । ତା’ ପରଦିନଠାରୁ ମୋତି ପାହାନ୍ତିଆରେ ଆଶ୍ରମରେ ପହଞ୍ଚି କ୍ଷୀର ଦେଇ ଯାଉଥାଏ। ପଣ୍ଡିତ ତାଙ୍କ ନୀତି ଅନୁସାରେ ବ୍ରତ ପାଳନ କରୁଥାନ୍ତି । ମାସକ ପରେ ବ୍ରତ ସରନ୍ତେ ପଣ୍ଡିତ ମୋତିକୁ କହିଲେ- ତୁ ମୋର ବଡ଼ ଉପକାର କଲୁ । ତତ୍ସଙ୍ଗେ ଯେଉଁ ନାଉରୀ ଜଣକ ତୋର ଅନୁରୋଧ ରକ୍ଷାକରି ଅନ୍ଧାର ଥାଉ ଥାଉ ନାଆ ଚଳାଇ ତୋତେ ନଈ ପାରି କରାଇଛି ତାକୁ ମଧ୍ୟ ମୋର ଧନ୍ୟବାଦ ଜଣାଇବୁ । ମୋତି କହିଲା- ନା ଆଜ୍ଞା! ସେ ନାଉରୀ ଅନ୍ଧାରରେ ନାଆ ବାହିବା ପାଇଁ ରାଜି ନହେବାରୁ ଶେଷରେ ମୁଁ ଆପଣଙ୍କ ତତ୍ତ୍ୱ ପ୍ରୟୋଗ କରି ସହଜରେ ନଈ ପାରି ହେଉଥିଲି । ପଣ୍ଡିତ ପଚାରିଲେ- କେଉଁ ତତ୍ତ୍ୱ? ମୋତି ଉତ୍ତର ଦେଲା- ମୁଁ ପୂର୍ଣ୍ଣ ବିଶ୍ୱାସର ସହ ଈଶ୍ୱର ସମର୍ପିତ ହୋଇ ବିଷ୍ଣୁ ନାମ ଜପି ଜପି ସହଜରେ ନଈ ପାରି ହେଉଥିଲି । ପଣ୍ଡିତ ବିସ୍ମିତ ହେଲେ, କାରଣ ତାହା ଥିଲା ତାଙ୍କ ପୋଥିଗତ ବିଦ୍ୟା । ସେ ସେହି ତତ୍ତ୍ୱକୁ କେବେ ନିଜ ଜୀବନରେ ପ୍ରୟୋଗ କରିନଥିଲେ । ଏଣୁ ସେ ମୋତି କଥାକୁ ବିଶ୍ୱାସ କଲେନାହିଁ । ସେ ଏହା ନିଜ ଆଖିରେ ଦେଖିବାକୁ ଚାହିଁଲେ । ମୋତି କ୍ଷୀର ଦେଇ ଘରକୁ ଫେରିବା ସମୟରେ ପଣ୍ଡିତ ତା’ ପଛରେ ଚାଲିଲେ । ନଈକୂଳରେ ପହଞ୍ଚିଲେ । ମୋତି କର ଯୋଡ଼ି ମୁଣ୍ଡରେ ଲଗାଇଲା । ନଈପାଣି ମୁଣ୍ଡରେ ଛିଞ୍ଚିଲା । ଲୋଟାକୁ ମୁଣ୍ଡ ଉପରକୁ ଉଠାଇ ନଈରେ ପଶିଲା । ତା’ ମୁହଁରେ ଉଚ୍ଚାରିତ ହେଉଥାଏ ବିଷ୍ଣୁ ନାମ । ବିଷ୍ଣୁ ନାମ ଜପି ଜପି ଆରକୂଳରେ ପହଞ୍ଚିଗଲା । ବିଶ୍ୱାସର ଯେ ଅନନ୍ତ ଶକ୍ତି ଥାଏ, ସେହି ଦୃଶ୍ୟ ଦେଖିବା ପରେ ସେ ନିଶ୍ଚିତ ହେଲେ । ସେ ତତ୍ତ୍ୱଜ୍ଞାନ ସଂଗ୍ରହ କରିଥିଲେ ସିନା, ସେ ତତ୍ତ୍ୱଜ୍ଞାନୀ ନଥିଲେ । ଉପଲବ୍ଧି ବିନା କେହି କେବେ ତତ୍ତ୍ୱଜ୍ଞାନୀ ହୋଇପାରେ ନାହିଁ ।
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ

Title--Inner Strength in Difficult TimesName: Chittaranjan NandaCountry: IndiaTEXT:Gita, dialogue to warrior Arjuna by L...
15/01/2026

Title--Inner Strength in Difficult Times
Name: Chittaranjan Nanda
Country: India

TEXT:

Gita, dialogue to warrior Arjuna by Lord Krishna's own words,
War within, answers spoken and solutions found in a battlefield.

It clears Arjun's own fog of confusion, MOHA,
Through wisdom JNANA
and discernment, VIVEKA.

It addresses every human's conditions arising in difficulties,
Putting an end to personal emotions and inner conflicts.

Without fear one is to face challenges with courage,
To stand firm in storm of emotions showing path to peace.

As challenges become the trials of life once prevailed,
Towards momentous goals, our inner momentum being elevated.

As it offers guidance when caught between personal emotions,
Gives clarity in decision making process to do duties.

"Difficulties will always make your life better",
That's what Bhagwad Geeta says with voice clear.

It acts as strong inculcation to overcome hindrances,
And always to lead life for
betterment in positive vibes.

Chittaranjan Nanda
Copyrighted

"""""""""""""""""""""""""""""""""""🙏🙏🙏🙏🙏🙏🙏🙏ଚତୁର୍ଯୁଗେ ସ୍ଵଦେହେ ସ୍ଵର୍ଗ ଗମନ 🙏🙏🙏🙏🙏🙏🙏🙏""""""""""""""""""""""""""""""""""""ମଣିଷ...
15/01/2026

"""""""""""""""""""""""""""""""""""
🙏🙏🙏🙏🙏🙏🙏🙏
ଚତୁର୍ଯୁଗେ ସ୍ଵଦେହେ ସ୍ଵର୍ଗ ଗମନ
🙏🙏🙏🙏🙏🙏🙏🙏
""""""""""""""""""""""""""""""""""""
ମଣିଷ ଯୁଗ ପରେ ଯୁଗ ସ୍ବର୍ଗର
ସନ୍ଧାନ କରି ଯେ,
ହରେଇ ସାରିଛି ଜୀବନ ପୁରୁଷ
ପରେ ପୁରୁଷ ସେ,
ଅଦେଖା ସ୍ବର୍ଗକୁ ଖୋଜିଣ ମଣିଷ
ତାର ଜୀବନକୁ,
କରିଛି ନର୍କ, ଧର୍ମ ଧର୍ମ ମଧ୍ୟରେ
କରି ଲଢ଼େଇକୁ |୧|

ବୁଲୁଛି ତୀର୍ଥ ପରେ ତୀର୍ଥ ଗଢ଼ୁଛି
ପୂଜୁଛି ଈଶ୍ୱର,
ସୃଷ୍ଟି ହେଉଛନ୍ତି ପ୍ରତିଦିନ କେତେ
ନା କେତେ ଈଶ୍ୱର,
ପ୍ରକୃତ କଥା ହେଲା ସ୍ବର୍ଗ ବା ନର୍କ
କୋଉଠି ରହିଛି,
ସ୍ବର୍ଗ ବା ନର୍କ କେମିତି ଅଛି କିଏ
ସେ କଥା ଦେଖିଛି? |୨|

ବିଶ୍ୱାସ ରହିଛି ସତ୍ୟ ଧର୍ମ ନ୍ୟାୟ
ନୀତି ବ୍ରତ ବଳେ,
ଅସାଧ୍ୟ ସାଧନ ଅଟଇ ସ୍ବଦେହେ
ସର୍ଗ ଧାମେ ଚଳେ,
ଚାରି ଯୁଗରେ ସ୍ୱଦେହରେ ସ୍ଵର୍ଗକୁ
କରନ୍ତି ଗମନ,
ସମଗ୍ର ଦୁନିଆରେ କରି ଅଛନ୍ତି
ଜାଣ ଚାରି ଜଣ |୩|

ସତ୍ୟ ଯୁଗେ ନଚିକେତା ତ୍ରେତୟାରେ
ହରିଶ୍ଚନ୍ଦ୍ର ଦାନେ,
ସ୍ତ୍ରୀ ପୁତ୍ର ବିକ୍ରୟ କରି ପହଂଚିଲେ
ପରା ସ୍ୱର୍ଗ ସ୍ଥାନେ,
ଦ୍ୱାପର ଯୁଗରେ ରାଜା ଯୁଧିଷ୍ଠିର
ରାଜ୍ୟ ତ୍ୟାଗ କରି,
ଦ୍ରୌପଦୀକୁ ସାଥେ ନେଇ ଗଲେ
ସ୍ୱର୍ଗକୁ ସେପରି |୪|

ଥରେ କହିଥିଲେ ମିଛ ଧର୍ମରାଜ
ନର ବା ଗୁଞ୍ଜର,
ମୃତ୍ୟୁ ହୋଇଛି ଯୁଦ୍ଧେ ନଜାଣି ଦ୍ରୋଣ
ପୁତ୍ର ଅଶ୍ୱଥ୍ମାର,
କଳି ଯୁଗରେ ଇନ୍ଦ୍ରଦ୍ୟୁମ୍ନ ରାଜା ଯେ
କୁଆଡେ ସେପରି,
ସ୍ୱଦେହରେ ଗମନ କରି ଥିଲେ ସେ
ତ କଳ୍ପିତ ସ୍ଵର୍ଗପୁରୀ |୫|

ଚତୁର୍ଯୁଗେ ସ୍ଵଦେହେ ସ୍ଵର୍ଗ ଗମନ
ବିଶ୍ୱାସର କଥା,
ପୁରାଣ ଶାସ୍ତ୍ରରେ ଆମେ ହିଁ ସମସ୍ତେ
ପଢୁଅଛେ ଗାଥା,
ମଣିଷ ସୃଷ୍ଟି ହୁଅଇ ଏ ମର୍ତ୍ତ୍ୟଲୋକକୁ
ସ୍ବର୍ଗ କରିବାକୁ,
ଖୋଜୁଛି ନୂତନ ସ୍ବର୍ଗ, ନର୍କ କରି
ଏ ମର୍ତ୍ତ୍ୟଲୋକକୁ |୬|
""""""""""""""""""""""""""""""""""""
🙏🙏🙏🙏🙏🙏🙏🙏
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
🙏🙏🙏🙏🙏🙏🙏🙏
""""""""""""""""""""""""""""""""""""

13/01/2026

ବିଲ୍‌କୁଲ୍‌ ପରାଜୟ ବା ପତନ ବା ବିଫଳତାର ସାମନା ନ କରିବା ବାହାଦୂରୀ ନୁହେଁ। ଯେତେଥର ପଡ଼ିଗଲେ ବି ସାହସର ସହ ପୁଣି ଠିଆ ହେବା ହିଁ ପ୍ରକୃତ ବିଜୟ ବା ବାହାଦୂରୀ।
ତେଣୁ ପ୍ରକୃତ ଜୀବନ ସେ ଜିତେ ଯିଏ ବାରମ୍ବାର ବିଫଳତା ପରେ
ବି ବୁଦ୍ଧି ବଳରେ ପୁଣି ସଂଘର୍ଷ କରି ଉପରକୁ ଉଠେ।
ପ୍ରସିଦ୍ଧ ଦାର୍ଶନିକ କନ୍‌ଫୁସିଅସ୍

11/01/2026

*************
କେବେ ବୁଝିବ?
*************
ଫସଲ ଉଜୁଡି ଯେବେ ଯାଉଛି,
ଚାଷୀ ବିଷ ପିଇ ମରି ଯାଉଛି,
ଦେଶ ଜଳୁଛି ବେକାରୀ ଜ୍ୱାଳାରେ
ମରି ଯାଏ ସ୍ୱପ୍ନ ଯୁବ ଗୋଷ୍ଠୀରେ,
ସାମ୍ପ୍ରଦାୟିକ ଦଙ୍ଗା ଯେ ବଢ଼ଇ,
ଦେଶ ଫାଳ ଫାଳ ହୋଇ ଯାଅଇ,
ଅଧା ବୟସରେ ଲୋକ ମରୁଛି,
ସ୍ୱଳ୍ପ ଲୋକଙ୍କ ସମ୍ପତ୍ତି ବଢ଼ିଛି,
କିନ୍ତୁ ତୁଚ୍ଛା ମିଛ ଶବ୍ଦ ବାଣରେ,
ଦେଶ ଆଗେଇ ଚାଲିଛି କହୁରେ,
କାରଣଟି ଜାଣିବାକୁ ଅଛି ରେ,
ଗଢ଼ି ହୁଏ ମଣିଷର ଜୀବନ,
ଅନେକ ଯତ୍ନ ହିଁ ରହିଲେ ପୁଣ,
ସମ୍ପର୍କ ଗଢ଼ା ଯେ ବିନା ଦ୍ୱେଷରେ,
ଶବ୍ଦ ଭାଙ୍ଗେ, ପ୍ରେମ ହୁଏ ଶବ୍ଦରେ,
କେବେ ବୁଝିବ ହେ ଶାସକଗଣ,
ଓ ତାଙ୍କର ଚେଲା ଚାମୁଣ୍ଡାଗଣ
*************
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
*************

******************ସ୍ବଭାବେ ଅକୁଣ୍ଠିତ ଵୁଦ୍ଧି, ଅଖଣ୍ଡ ଆତ୍ମଜ୍ଞାନ ନିଧି******************ମନରେ ରହିଛି ସ୍ୱାଭାବିକ ଜ୍ଞାନ,ଯାହା ବିଚାରରେ...
10/01/2026

******************
ସ୍ବଭାବେ ଅକୁଣ୍ଠିତ ଵୁଦ୍ଧି,
ଅଖଣ୍ଡ ଆତ୍ମଜ୍ଞାନ ନିଧି
******************
ମନରେ ରହିଛି ସ୍ୱାଭାବିକ ଜ୍ଞାନ,
ଯାହା ବିଚାରରେ ଆପେ ଆସେ ପୁଣ,
ତାହା କହୁ ପ୍ରାଣୀର ଅନ୍ତର ଜ୍ଞାନ,
ଅନ୍ତରର ଅନୁଭୂତି ଆତ୍ମଜ୍ଞାନ |୧|

ଆତ୍ମଜ୍ଞାନ ସଦାବେଳେ ଲୋଡ଼ା ହୁଏ,
ଯାହା ଜାଣିଵାଯୋଗ୍ୟ, ଜ୍ଞେୟ ବୋଲାଏ,
‘ଜ୍ଞେୟ’ ର ଆଦି ନାହିଁ କି ଅନ୍ତ ନାହିଁ,
ଆତ୍ମଜ୍ଞାନ ପ୍ରାପ୍ତି, ନିଧି ବୋଲିଥାଇ
|୨|

ଶୂନ୍ୟର ଅର୍ଥ କିଛି ନୁହେଁ ତ ସତ୍ୟ,
ଜାଣିବା ଏକ ଗୋଲଟି ବନାଇ ତ,
ଅଦ୍ୱୈତକୁ ଜାଣିବାକୁ ଜାଣୁ ଦ୍ୱୈତ,
କୃଷ୍ଣ ବାଣୀ ଅର୍ଜୁନକୁ ଗୀତାରେ ତ
|୩|

ଜ୍ଞାନ ଚକ୍ଷୁ ଖୋଲିଲେ ପରମାତ୍ମାଙ୍କୁ,
ଦେଖିବା ବାଷ୍ପ କଣିକାଠୁଁ ସୂକ୍ଷ୍ମକୁ,
ମୁକ୍ତି ପାଇଁ ସେହି ଜ୍ଞାନ ଦରକାର,
ଆଧ୍ୟାତ୍ମିକ ଜ୍ଞାନ, ନିତ୍ୟ ନିରନ୍ତର |୪|

ନିତ୍ୟ ନିରନ୍ତର ରହୁ ଏକାନ୍ତରେ,
ଆତ୍ମଜ୍ଞାନ ପ୍ରାପ୍ତି ସମ୍ଭବ ଧ୍ୟାନରେ,
ବିଶେଷ ଜ୍ଞାନ, ଏହା ହିଁ ସତ୍ ଜ୍ଞାନ,
ସଂସାରେ ସମାଧିରେ ରହିଵା ପୁଣ
|୫|

ଶିଶୁଟି ପ୍ରଥମେ ବିଦ୍ୟାଳୟ ଯାଏ,
ଅଜ୍ଞାନ ଓ ଅବୋଧ ସେ ରହିଥାଏ,
ପାପ ପୁଣ୍ୟ କ’ଣ ଧାରଣା ନଥାଏ,
ଭଲ କ’ଣ, ମନ୍ଦ କ’ଣ ଶିକ୍ଷା ପାଏ
|୬|

ତାହା ତ ସ୍ବଭାବେ ଅକୁଣ୍ଠିତ ଵୁଦ୍ଧି,
ଶିକ୍ଷାରେ ଅଖଣ୍ଡ ଆତ୍ମଜ୍ଞାନ ନିଧି,
ଆତ୍ମଜ୍ଞାନ ନିଧି ଦ୍ୱାରା ପରତ୍ମାଙ୍କୁ,
ଜାଣିବା, ଅନୁଭବ କରିବା ତାଙ୍କୁ |୭|

ରହିଛି ମୁଣ୍ଡକ ଉପନିଷଦରେ,
ଜ୍ଞାନ ଅର୍ଜନ ଆତ୍ମାର ସମ୍ପର୍କରେ,
କରି ହୁଏ ନାହିଁ ତ ପ୍ରବଚନରେ,
ଶାସ୍ତ୍ର ଘୋଷିଲେ, ହୁଏ ଅନୁଭବରେ
|୮|

‘ନାୟମାତ୍ମା ପ୍ରବଚନେନ ଲଭ୍ୟଃ,
ନ ମେଧୟା ନ ବହୂନା ଶ୍ରୁତେନ।’
******************
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
******************

09/01/2026

*********
ବ୍ୟଭିଚାର
*********
ପୁରୁଷ ଯଦି ଅନ୍ୟ ବିବାହିତ ସ୍ତ୍ରୀ ସହ
ଯୌନ ସମ୍ଭୋଗ କରଇ
ବିବାହିତ ପୁରୁଷର ସହମତି ବିନା
ସେହି ସ୍ତ୍ରୀ ସଙ୍ଗେ ରହଇ |୧|

ବ୍ୟଭିଚାର ଅଭିଯୁକ୍ତ ପୁରୁଷଙ୍କ ପାଇଁ
ଦଣ୍ଡ ପ୍ରାବଧାନ ଥିଲା
ବ୍ୟଭିଚାରୀ ସ୍ତ୍ରୀ ପାଇଁ ତ ଦଣ୍ଡର ବ୍ୟବସ୍ଥା
ଆଇନରେ ତ ନଥିଲା |୨|

ସେହି ବ୍ୟଭିଚାର ଧାରା ଥିଵା ଚାରିଶହ
ସତାନବେ ଆଇନକୁ,
ସର୍ବୋଚ୍ଚ ନ୍ୟାୟାଳୟ ଘୋଷଣା କରିଛନ୍ତି
ଅସାମ୍ବିଧାନିକ ତାକୁ |୩|

ତେବେ ଏହା ବିବାହର ବିଚ୍ଛେଦ ନିମନ୍ତେ
ଆଇନଗତ କାରଣ,
ଏବେ ମଧ୍ୟ ହିନ୍ଦୁ ବିବାହ ଅଧିନିୟମ
ଅନୁଯାଇ ରହେ ଜାଣ |୪|

ଗରୁଡ଼ ପୁରାଣ ଅନୁସାରେ ବ୍ୟଭିଚାର
କରିବାହିଁ ଅଟେ ପାପ,
କିମ୍ବା ଅନ୍ୟର ପତ୍ନୀ ସହ ଯୌନ ଅନୀତି
କରିବା ଅଟଇ ପାପ |୫|

ଏହି ପାପ କରିବା ବ୍ୟକ୍ତିକୁ କର୍ମ ଫଳ
ତାପନ ନରକ ମିଳଇ,
ଯେଉଁଥି ପାଇଁ ଅଗ୍ନି ଓ ଗରମ ଲୋହାରେ
ଦଗ୍ଧ ହେବା ହିଁ ପଡ଼ଇ |୬|

ପତି ଓ ପତ୍ନୀ ଉଭୟଙ୍କ ପ୍ରତି ଅନ୍ତରେ
ଅନିଷ୍ଠା ଯେ ଥିଲେ ରହି,
ବଜ୍ରକଣ୍ଟକ ନରକେ ଲୋହାର କଣ୍ଟକ
ଯନ୍ତ୍ରଣା ପରା ଭୋଗଇ |୭|

ଆକାଶରେ ଇନ୍ଦ୍ରଙ୍କୁ ଥରେ ମାତ୍ର ଚାହିଁଵା
ଅପରାଧେ ଅହଲ୍ୟାଙ୍କୁ,
ସ୍ୱାମୀ ଅଭିଶାପେ ଅନେକ ଯୁଗ ପଥର
ହେବା ଉପାଖ୍ୟାନଟିକୁ |୮|

ନାରୀ ହିଁ ପୁରୁଷକୁ ପ୍ରଲୋଭନ ଦେଖାଏ
ବୋଲି କର ଯେ ପ୍ରଚାର,
ଧର୍ମରେ ତାହାର ନାହିଁ ଅଧିକାର, ଶୁଦ୍ରା
ନାରୀ ନରକର ଦ୍ୱାର |୯|

ସଂସାରେ ଧର୍ମର ତମେ ରକ୍ଷିତା ଯେତକ
ଖୋଲିଛ ହଜାର କୋଠୀ,
ଜଗୁଆଳି ହୋଇ ବସ ତମେ ଗରିବର
ଲୁଟିବ ଗରୀବ ରୁଟି |୧୦|

ମଣିଷ ଓ ପୁରୁଷ ସ୍ତ୍ରୀ ଭିତରେ ଗଢିବ
ପ୍ରାଚୀର ଶତ ଶତ,
କାହିଁକି ଶୋଷି ନେବା ପାଇଁ ଏଇ ସମାଜରୁ
ମାନବିକତାର ରକ୍ତ |୧୧|

ବ୍ୟଭିଚାର ଓ ସବୁର ମୂଳ ରୋଗ ହେଲା
ବିଶ୍ୱାସର ଯେ ଅଭାବ,
ମୂଲ୍ୟ ବିହୀନ ଚିନ୍ତାଧାରା ଏବଂ ସଠିକ
ଉପଚାରର ଅଭାବ |୧୨|
******************
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
******************

Address

Jagatpur
Cuttack
753003

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm

Telephone

9437042244

Alerts

Be the first to know and let us send you an email when Adv Chittaranjan Nanda posts news and promotions. Your email address will not be used for any other purpose, and you can unsubscribe at any time.

Share