Ramanuja pathagara,dengadi

Ramanuja pathagara,dengadi An individual's ...... Our Board of Directors oversees all the foundation's efforts. The Board meets four times a year:

1.

Youth is the time of life when one is young, but the term is often used in the more restricted sense of the time between childhood and adulthood (maturity).[1][2][3] Definitions of the specific age range that constitutes youth vary. Determine mission and purpose that articulates the Organization's goals,means,and primary constituents served.

2. Select the most qualified individual for the positi

on chief executive.

3. Support and evaluate the chief executive.

4. Ensure effective planning.

5.Monitor, and strengthen programs and services.

6.Ensure adequate financial resources.

7.Protect assets and provide proper financial oversight.

8.Build a competent Board

9.Ensure legal and ethical integrity.

10.Enhance the Organization's public standing

GOURI SHANKAR SWAIN(PRESIDENT)

Shapes and approves foundation strategies, review results, advocates for the foundation issues, and helps set the overall direction of the organization. PRATAP CHANDRA PRADHAN........(YOUTH ORGANISOR AAP)
Leads the foundation’s mission in promoting equality among all people around the world; advocates for the foundation issues, and helps set the overall direction of the organization.Leads the Foundation's mission in promoting equality among all people around the world;advocates for the foundation issues,and helps set the overall direction of te Organization. BIDYADHAR PRADHAN(ATTENDAND)
Shapes and approves foundation strategies, review results, advocates for the foundation issues, and helps set the overall direction of the organization. ASWIN KUMAR SWAIN(SPIRUTUAL SPEAKER)
Shapes and approves foundations strategies, review result, advocates for the foundation issues and helps set the overall direction of the Organization. Lead the teamthat partners wih publicpolicy colleagues in each of the program area to help build strategic relationships crucial to the foundation's work. BINOD BIHARI PRADHAN(DIRECTOR OF CULTRAL CUM TEACHER)

Shapes and approves foundations strategies, review results, advocates for the foundation issues and helps set the overall direction of the Organization.

_______________________________________________________________________________________________

BIJAYA CHANDRA SWAIN(MANAGER)

Lead the legal team, which provides staff guidance and creative solutions and upholds integrity.
_______________________________________________________________________________________________



OUR OTHER ORGANIZATION

BANIBIDYA COACHING CENTERE(SANJAYA KU. PATRA)

VIDYA BHARATI SIKSHYA KENDRA(PRATAP BHAI)

JAGANNATH COACHING CENTERE(SIVA SIR)

23/05/24 Dengadi, Sanakhemundi....
20/05/2024

23/05/24 Dengadi, Sanakhemundi....

18/05/2024
ରାମାନୁଜ ନାଟ୍ୟକଳା ପରିଷଦ ର ବରିଷ୍ଠ ସଦସ୍ୟ ତଥା ଆମ ଅନୁଷ୍ଠାନ ର ପ୍ରାକ୍ତନ କଳାକାର କିଶୋର ସ୍ୱାଇଁ ଙ୍କ ଚିକିତ୍ସାଧୀନ ଅବସ୍ଥା ରେ ଭୁବନେଶ୍ୱର...
21/04/2024

ରାମାନୁଜ ନାଟ୍ୟକଳା ପରିଷଦ ର ବରିଷ୍ଠ ସଦସ୍ୟ ତଥା ଆମ ଅନୁଷ୍ଠାନ ର ପ୍ରାକ୍ତନ କଳାକାର କିଶୋର ସ୍ୱାଇଁ ଙ୍କ ଚିକିତ୍ସାଧୀନ ଅବସ୍ଥା ରେ ଭୁବନେଶ୍ୱର ରେ ଦେହାନ୍ତ ହୋଇଯାଇଛି I ଏଭଳି ଅସମୟରେ ରେ ଦେହାନ୍ତ ପାଇଁ ଆମେ ମର୍ମାହତ, ରାମାନୁଜ ନାଟ୍ୟକଳା ପରିଷଦ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ବର୍ଗତ ଙ୍କ ପରିବାର କୁ ଅସୀମ ଧର୍ଯ୍ୟ ଓ ସାହସ ମିଳୁ ଏତିକି କାମନା I

09/12/2019

ପ୍ରିୟ ମହାଶୟ/ମହାଶୟା,

ବିଶ୍ଵ ମାନବିକ ଅଧିକାର ଦିବସ (ଡିସେମ୍ବର ୧୦) ଅବସରରେ *ଶହୀଦ ଭଗତ୍ ସିଂ ପାଠଚକ୍ର* ପକ୍ଷରୁ ଆସନ୍ତା କାଲି ଅପରାହ୍ନ ୪ ଟା ବେଳେ ସ୍ଥାନୀୟ ଗଞ୍ଜାମ କଳା ପରିଷଦ, ବ୍ରହ୍ମପୁର ଠାରେ *"ଏନଆରସି, ନାଗରିକତା ସଂଶୋଧନ ବିଲ୍ ଓ ମାନବାଧିକାର"* ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏଥିରେ ଆପଣ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ ।

ଧନ୍ୟବାଦ ସହ
*ପ୍ରତାପ ଚନ୍ଦ୍ର ପ୍ରଧାନ*
ଆବାହକ, *ଶହୀଦ ଭଗତ୍ ସିଂ ପାଠଚକ୍ର*
ଫୋନ : 9438636098

15/10/2019

***** ନବଧା ଭକ୍ତି ଓ ଓଡିଆ ଅସ୍ମିତା***

ରାଜ୍ୟ ସରକାର, ଓଡିଶା ପ୍ରଦେଶର ସାମଗ୍ରୀକ ବିକାଶ ଦିଗରେ ଅନେକ କାର୍ଯ୍ୟକ୍ରମ କରୁଛନ୍ତି। କେନ୍ଦ୍ର ସରକାର ବି ପ୍ରଚୁର ଅର୍ଥ ଦେଉଛନ୍ତି। ହେଲେ ଦେଶ ସ୍ବାଧୀନ ହେବାର 70 ବର୍ଷ ପରେ'ବି ଆମ ରାଜ୍ୟ ସବୁବେଳେ ପଛୁଆ ରାଜ୍ୟ ଭାବରେ ଗଣା ହେଇ ଆସୁଛି। ଏହା ଉପରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମଞ୍ଚରେ ଅନେକ ଆଲୋଚନା ହେଇ କାରଣ ଖୋଜା ଯାଇଛି। କିଏ ରାଜ୍ୟ ସରକାରଙ୍କୁ ଦାୟୀ କରୁଛି ତ କିଏ କେନ୍ଦ୍ର ସରକାରଙ୍କ ବୈମାତ୍ରୁକ ମନୋଭାବକୁ ଦାୟୀ କରୁଛି। କିଏ ବାରମ୍ବାର ହେଉଥିବା ପ୍ରାକୃତିକ ଦୂର୍ବୀପାକ, ତ କିଏ ଜଗନ୍ନାଥଙ୍କ ଇଛାନାହିଁ ବୋଲି କହୁଛି। ତ ଆଉ କିଏ ଓଡିଶାର ଗରୀବି ପାଇଁ ଖାସ୍ ଓଡିଆ ଲୋକଙ୍କ କୋଢିଆମି କୁ ଦାୟୀ କରେ।
ମୁଁ ମଧ୍ୟ ଏ ବିଷୟରେ ଭାବିଲି। ଇତିହାସ ପଢି ବୁଝିଲି ଯେ ଓଡିଶା କେବେଠୁ ଗରୀବ ? ଓଡିଆଙ୍କର ଏ ଗରୀବି ପୂର୍ବରୁ କଣ ଏମାନେ ଧନୀ ଥିଲେ ? ୟାଙ୍କୁ ଗରୀବ କରିଦେଲା କିଏ? ସେ କଣ ପାଇଁ ଏମିତି କଲା? ଲୋକେ ତାକୁ ଚିହ୍ନିଲେଣି କି ନାହିଁ ??
ଶେଷରେ ମୁଁ ଏଇ ନୀର୍ଯ୍ୟାସରେ ପହଞ୍ଚିଲି ଯେ; ଏ ଗରୀବି ପାଇଁ କେଉଁ ସରକାର ଅବା ଲୋକମାନେ ନୁହନ୍ତି, ବରଂ ଜଣେ ବଙ୍ଗଳା ଆଧ୍ୟାତ୍ମବାଦୀ କୃଷ୍ଣ ଭକ୍ତ ଦାୟୀ ଯିଏ ଓଡିଶା ତଥା ପୁରା ଦେଶରେ ଶ୍ରୀ ଚୈତନ୍ୟ ବା ନିତାଇ ବା ଗୌରାଙ୍ଗ ମହାପ୍ରଭୁ ନାଁ ରେ ପ୍ରସିଦ୍ଧ !!!

- ମଗଧ ସମ୍ରାଟ ଅଶୋକ ଖ୍ରୀ.ପୂ. 261 ରେ କଳିଙ୍ଗ ଆକ୍ରମଣ କରିଥିଲେ ଓ ସେ ସମୟରେ କଳିଙ୍ଗର ବୀର ଯୋଦ୍ଧା ମାନେ ପ୍ରବଳ ପରାକ୍ରମ ସହିତ ତାହାର ସାମନା କରିଥିଲେ। କଳିଙ୍ଗର ବୀର ସୈନୀକ ମାନଙ୍କର କଳିଙ୍ଗଯୁଦ୍ଧରେ ସାହାସିକତା ଓ ପରାକ୍ରମ, ବିଶ୍ବ ଇତିହାସରେ ଏକ ଗରିମାମୟ ଅଧ୍ୟାୟ !!! ହେଲେ ଚୈତନ୍ୟଙ୍କର ଉତ୍କଳ ଆଗମନ ପରେ ଓଡିଆଙ୍କର ଅବସ୍ତା ଏମିତି ହେଲା ଯେ ସ୍ବୟଂ ନିଜର ଇଷ୍ଟ ଦେବତା ଜଗନ୍ନାଥଙ୍କୁ ବୈଦେଶୀକ ଆକ୍ରମଣରୁ ବଞ୍ଚେଇବାପାଇଁ 21 ଥର ପାତାଳୀ କରିବାକୁ ପଡିଲା। ଏହା ବଡ ଲଜ୍ୟାର ବିଷୟ ନୁହେଁ କି ?

- ଇତିହାସ କହୁଛି ଯେ ଉତ୍କଳ ରାଜ୍ୟ ଉତ୍ତରରେ ଗଙ୍ଗାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ଲମ୍ବିଥିଲା। ହେଲେ ଶ୍ରୀ ଚୈତନ୍ୟଙ୍କ ଭକ୍ତୀ ମାର୍ଗର ପ୍ରଚାର'ର ଠିକ୍ ପରେ ଗଜପତି ପ୍ରତାପରୁଦ୍ର ଦେବ, ନିଜର ବୀରତ୍ବ ହଜାଇ ବସିଲେ। ଦୀର୍ଘ 600 ବର୍ଷର ଗରୀମାମୟ ଇତିହାସକୁ ମାଟିରେ ମିଶେଇଦେଲେ। ତାଙ୍କର ଭକ୍ତିମାର୍ଗରେ ଉତ୍କଳ ଖଣ୍ଡ-ଖଣ୍ଡ ହୋଇ ତିନି ଭାଗରୁ ଭାଗେ ରହିଲା।

- ଉତ୍କଳର ଅନେକ ନୌ-ବାଣିଜ୍ୟିକ ମାନେ ବୋଇତ ନେଇ ସମୁଦ୍ର ମାର୍ଗରେ ବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିବାର ପ୍ରମାଣ ଇତିହାସରେ ଅଛି। ସେମାନେ ବିଦେଶରେ ବେପାରକରି ଅଜସ୍ର ଧନ ସମ୍ପତି ବୋହି ନିଜ ରାଜ୍ୟକୁ ଆଣୁଥିଲେ। ସମଗ୍ର ଉତ୍କଳ ପ୍ରଦେଶ ଧନ ଧାନ୍ୟରେ ବିମଣ୍ଡିତ ଥିଲା। ହେଲେ ସେଇ ଇତିହାସ କହୁଛି ଯେ, ଶ୍ରୀ ଚୈତନ୍ୟଙ୍କର ଓଡିଶା ଆଗମନ ପରେ ଏ ନୌବାଣିଜ୍ୟର ପରମ୍ପରା ବନ୍ଦ ହୋଇଗଲା। ଏବେ ତ ଓଡିଶାର ଅବସ୍ଥା ଏମିତି ଯେ ବାଣିଜ୍ୟ ତ ଦୂରର କଥା, ଓଡିଶାର ଅନେକ ଲୋକ ଦାଦନ ଖଟିବାକୁ ନିଜ ଇଛା ବିରୁଧରେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି।

- ଜଗନ୍ନାଥ ମନ୍ଦିର ମାଦଳା ପାଞ୍ଜୀ ଅନୁଯାୟୀ, ଗଜପତି ପରମ୍ପରା'ର ଚାରିଜଣ ରାଜା (ବୀରକିଶୋର ଦେବ, ପୁରୁଷୋତ୍ତମ ଦେବ, ଦିବ୍ୟସିଂହ ଦେବ ଓ ମୁକୁନ୍ଦ ଦେବ) ମୋଟ 38 ରାଜ୍ୟ ଜୟକରି ନିଜକୁ ଚକ୍ରବର୍ତ୍ତୀ ସମ୍ରାଟ ଘୋଷଣା କରିଥିଲେ। ହେଲେ ଗଜପତି ପ୍ରତାପରୁଦ୍ର ଦେବ 1500 ମସିହା ପରେ ଚୈତନ୍ୟଙ୍କର ଭକ୍ତିମାର୍ଗରେ ଏତେ ବିଭୋର ହେଇଗଲେ ଯେ, ସେ ଗୋଟିଏ ବି ଯୁଦ୍ଧ ଜୟ କରିପାରିଲେନି। ସେଇ ପ୍ରତାପରୁଦ୍ର ଦେବ ଚୈତନ୍ୟ ଆଗମନ ପୂର୍ବରୁ ଯେତେ ବି ଯୁଦ୍ଧ କରିଥିଲେ, ପ୍ରାୟ ସମସ୍ତ ଯୁଦ୍ଧ ଜୟ କରିଥିଲେ। ଅବସ୍ଥା ଏମିତି ହେଲା ଯେ, ତାଙ୍କପରେ ଯେତେବି ଗଜପତି ଆସିଲେ ସେମାନେ ସ୍ବାଭାବୀକ୍ ଭାବେ ଯୁଦ୍ଧରେ ପରାସ୍ତ ହୋଇ ପରାଧୀନ ହେଲେ।

- କଳିଙ୍ଗର କୃଷକମାନେ ବହୁ ପରିଶ୍ରମୀ ଥିଲେ। କୃଷକମାନେ ଏଠାରେ ଉନ୍ନତ ମାନର ଆଖୁ, କଖାରୁ, ରେଶମ, ଲାଖ, ଆଦି ଉତ୍ପାଦନ କରୁଥିଲେ ଯାହାର ଚାହିଦା ବିଦେଶରେ ବହୁତଥିଲା। ବିଡମ୍ବନାର ବିଷୟ, ଶ୍ରୀ ଚୈତନ୍ୟଙ୍କର ଭକ୍ତିରସର ପ୍ରଭାବରେ ବିଭୋର ଓଡିଆ ଚଷାଭାଇ ପରିଶ୍ରମ କରିବାକୁ ଡରିଲେ। ଗୋଟେ ପରେ ଗୋଟେ ମରୁଡି ଓ ଅନାହାର'ର ଶୀକାର ହେଲେ ସିନା; ଅଣ୍ଟା ସଳଖି ଠିଆ ହେବାକୁ ସାହାସ କଲେନି। ଏମିତି ଅବସ୍ଥା ହେଲା ଯେ 1866 ଦୂର୍ଭିକ୍ଷରେ ନିଜକୁ ସ୍ବାଭିମାନୀ ବୋଲାଉଥିବା ଓଡିଆ; ରାଣୀ ସୂର୍ଯ୍ୟମଣି ପାଟ୍ଟମହାଦେଇ ଓ ବ୍ରିଟୀଶ୍ ଦ୍ବାରା ଖୋଲାଯାଇଥିବା ଅନ୍ନଛତ୍ରରେ ଖାଇବାକୁ ବି ପଛେଇଲେ ନି।

- ଗଜପତି ପୁରୁଷୋତ୍ତମ ଦେବ, 16 ଟା ହାତୀର ପିଠିରେ ସୁନା ଅଳଙ୍କାର ବୋହିଆଣିଥିଲେ, ଆଉ ଜଗନ୍ନାଥଙ୍କର ବଡଚଢାଉ ବେଶ କରିଥିଲେ। ହେଲେ ବଡ ଠାକୁରର ବଡଲୋକୀ ବୋଲାଉଥିବା ଓଡିଆଙ୍କର ବଡପଣିଆ ଆଉ ରହିଲାନି ଚୈତନ୍ୟଙ୍କର ଉତ୍କଳରେ ପାଦ ଦେଲାପରେ।

ତେବେ ଏଠି ମନକୁ ପ୍ରଶ୍ନ ଆସେ ଯେ, ଶ୍ରୀ ଚୈତନ୍ୟଙ୍କର ଭକ୍ତି ରସରେ ଏମିତି କି ମାଦକତା ଥିଲା ଯେ, ଗୋଟେ ଜାତି ଏହାର ମଦିରା ପାନକରି ନିଜକୁ ନିଜେ ବରବାଦ କରିଦେଲେ ? ଗୋଟେ ଗରୀମା ଓ ଗୌରବମୟ ରାଜ୍ୟକୁ ତଳିତଳାନ୍ତ କରିବାକୁ #ଭକ୍ତି_ମାର୍ଗ ବା #ନବଧା_ଭକ୍ତି ରେ କି ସୂତ୍ର ଓ ସୋପାନ ରହିଥିଲା ??

ଶ୍ରୀ ଚୈତନ୍ୟ 1510 ମସିହାରେ ଓଡିଶା ଆସି 1533 ପର୍ଯ୍ୟନ୍ତ ପୁରୀରେ ରହି ତାଙ୍କର ନିଜ ପ୍ରଦର୍ଶୀତ ଭକ୍ତୀମାର୍ଗର ପ୍ରଚାର କଲେ। ଏହାର ପ୍ରଭାବ ଏତେ ବ୍ୟାପକ ଥିଲାଯେ, ଏହି ପ୍ରଥାରେ ଓଡିଶାର ସାହିତ୍ୟ, ସଂସ୍କୃତି ଓ ସାମାଜିକତା ସଂମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହେଲା ଓ ଓଡିଶା ଇତିହାସ କଡ ଲେଉଟାଇଲା। ଏହାର ମାନେ ନୁହେଁ ଯେ ତା ପୂର୍ବରୁ ଓଡିଆଙ୍କର ଧାର୍ମୀୟ ଭାବନା ନ'ଥିଲା। ଚୈତନ୍ୟଙ୍କ ପୂର୍ବରୁ ମଧ୍ୟ ଓଡିଆ ମାନେ ହିନ୍ଦୁ ଆଧ୍ୟାତ୍ମୀକ ଭାବନାରେ ବଞ୍ଚିଥିଲେ। ତେବେ ଏହା ବୈଦୀକ କର୍ମକାଣ୍ଡ ଉପରେ ପ୍ରତିଷ୍ଠିତ ଥିଲା।
ଲୋକେ ବେଦର ନୀୟମ ଅନୁଯାୟୀ ପୂଜାପାଠ କରୁଥିଲେ। ଈଶ୍ବର ସମ୍ପୂର୍ଣ୍ଣ ମନ ଓ ବିଶ୍ବାସ ର ବିଷୟ ବସ୍ତୁ ଥିଲେ ଓ ତାଙ୍କର ପରିସୀମା ପୂଜାଘର ମଧ୍ୟରେ ସିମିତ ଥିଲା। ସାଧାରଣ ଲୋକେ କର୍ମବାଦୀ ଥିଲେ। ଈଶ୍ବର ତତ୍ତ୍ବ ସାମହୀକ ସମାରୋହ ଭିତରକୁ ଆସି ନ'ଥିଲା।
ଚୈତନ୍ୟଙ୍କର ଆଗମନ ପୂର୍ବରୁ ପ୍ରବଳ ଜାତିପ୍ରଥାର ପ୍ରଚଳନ ଥିଲା। ସୁଦ୍ର ସମ୍ପ୍ରଦାୟଙ୍କୁ ପୂଜାପାଠ ବାରଣ ଥିଲା। ତେଣୁ ସେମାନେ ପରିଶ୍ରମୀ ଥିଲେ। ସଂସ୍କୃତ ଆବୃତି ଓ ପୂଜାପାଠର ବିଦ୍ଧି ବିଧାନ କେବଳ ବ୍ରାହ୍ମଣ ମାନଙ୍କ ମଧ୍ୟରେ ସିମିତ ଥିଲା। ଲୋକେ ମନ୍ଦିର ଅପେକ୍ଷା ପୂଜାଘରକୁ ଅଧିକ ଗୂରୁତ୍ବ ଦେଉଥିଲେ। ରଥଯାତ୍ରାରେ ଏତେ ପରିମାଣରେ ଭକ୍ତ ସମାଗମ ହେଉ ନ'ଥିଲା। ତେଣୁ ହାତୀ ଓ କଳା ବେଠିଆ ଲଗେଇ ରଥ ଟଣାହେଉଥିଲା ବୋଲି ପ୍ରମାଣ ମିଳେ ।

- ଚୈତନ୍ୟଙ୍କର ପ୍ରରୋଚନାରେ ଉତ୍କଳର ଗାଁ ଗାଁ ରେ ଭାଗବତ ଟୁଙ୍ଗୀ ଗଢାଗଲା, ଯେଉଁଠି ଭାଗବତ ପାଠ ଓ ଶ୍ରବଣ ସମବେତ ଭାବରେ କରାଗଲା। ଲୋକମାନେ ସନ୍ଧ୍ୟାହେଲେ ଏକାଠି ହୋଇ ଭାବଗତ ଚର୍ଚ୍ଚା କଲେ।

- ନିଜେ ଗୌରାଙ୍ଗ ହିଁ ନଗର କୀର୍ତ୍ତନ ଆରମ୍ଭ କରିଥିଲେ, ଯେଉଁଥିରେ ସେ ନିଜର ସହଚରଙ୍କ ସହିତ ବୁଲିବୁଲି କୀର୍ତ୍ତନ କରିଲେ। କ୍ରମଶଃ ଏହାର ବ୍ୟାପକ ରୂପ ବହୁ ଯାଗାରେ ଦେଖିବାକୁ ମିଳିଲା।

- ଅଷ୍ଟପ୍ରହର ନାମ ଜଜ୍ଞ ତଥା `ହରେ କୃଷ୍ଣ ହରେ ରାମ' ଭଜନ ପରମ୍ପରା ଗୌରାଙ୍ଗଙ୍କର ପ୍ରବର୍ତ୍ତନାରେହିଁ ପ୍ରଚଳିତ ହେଲା। ଲୋକ ସମୁଦାୟ ନିଜର କର୍ମ ଛାଡି ନାମ କୀର୍ତ୍ତନରେ ମାତିଲେ।

- ସାମୁହିକ କୀର୍ତ୍ତନ ଓ ତ୍ରୀନାଥ ମେଳା, ଚୈତନ୍ୟଙ୍କ ପୂର୍ବରୁ ପ୍ରଚଳିତ ହେବାର ପ୍ରମାଣ ମୁଁ ଦେଖିନି । ତ୍ରୀନାଥ ମେଳାରେ ଭାଙ୍ଗ ଓ ଗଞ୍ଜେଈର ପ୍ରଚଳନ ବ୍ୟାପକ ରହିଲା ଯାହା ନାମ ଜପନରେ ଅଶେଷ ଉନ୍ମାଦ ଆଣିପାରିଲା।

- ନବଧା ଭକ୍ତିମାର୍ଗର ଏକ ମାର୍ଗ ହେଉଛି ସମ୍ପୂର୍ଣ୍ଣ ସମର୍ପଣ, ଯାହା ଓଡିଆ ଜନ ଜୀବନକୁ ସବୁଠୁ ବେଶି କ୍ଷତିରେ ପହଞ୍ଚାଇଲା। ରାଜ୍ୟବାସୀ ଏମିତି ଏକ ଅପ୍ରମାଣିତ କାଳ୍ପନୀକ ଅତିଭୌତିକ ଶକ୍ତି ଉପରେ ନିଜର ପୌରୁଷତ୍ବ କୁ ସମର୍ପଣ କରିଦେଲେ ଯେ ନିଜର ଗାରିମାମୟ ଇତିହାସ ଭୁଲିଗଲେ।

ଆଧ୍ୟାତ୍ମବାଦକୁ ସହଜ ଓ ସର୍ବବ୍ୟାପୀ କରିଦେଇ, ସେ ସେଇ ଆଧ୍ୟାତ୍ମବାଦ ଭିତରେ ଏମିତି ବିଷ ବୁଣିଲେ ଯେ ଯାହାର ପ୍ରଭାବ ଆଜିବି ଏ ଓଡିଆ ଜାତି ଭୋଗୁଛି।

କୁହାଯାଏ, ଯାହାର ଇତିହାସ ଯେଡେ ଗୌରବମୟ, ସେ ଜାତି ସେତେ ପରାକ୍ରମୀ ଓ ସମୃଦ୍ଧ। ଓଡିଆ ଜାତିର 500 ବର୍ଷ ପୁରୁଣା ଇତିହାସରୁ ସେମିତି ଖାସ୍ କିଛି ଶିକ୍ଷା ମିଳେନି। ବାରମ୍ବାର ଯୁଦ୍ଧରେ ହାରିଲା ପରେବି, ଏମାନେ ନବଧା ଭକ୍ତିରେ ଏତେ ବିଭୋର ଥିଲେଯେ, ସେ ନିଜର ଜାତୀୟ ଦେବତା ଜଗନ୍ନାଥଙ୍କୁ ମଧ୍ୟ ଶତ୍ରୁ ଦାଉରୁ ବଞ୍ଚେଇ ପାରିଲେନି।

ଯେତେବେଳେ ନିଜର ମନ, ପ୍ରାଣ, କର୍ମ ଓ ଶରୀରକୁ ଅନ୍ୟ କାହାପାଖରେ ସମର୍ପୀତ କରିଦିଏ, ସେତେବେଳେ ସେ ତାରି ଉପରେ ଭରସା କରିବସେ। ଦୈବୀଶକ୍ତୀ ଉପରେ ଭରସା କରିବାମାନେ ମଣିଷ ଭାଗ୍ୟବାଦୀ ହେଇଯିବା। ଯେଉଁ ଜାତି ଭାଗ୍ୟବାଦୀ ହେଇଯାଏ, ସେ କର୍ମ-ବିମୁଖ ହେଇଯିବା ତ ସ୍ବାଭାବିକ ।
ଗୋଟେ କର୍ମ କୋଢିଆ ଜାତି କେବେ ସମୃଦ୍ଧିଶାଳୀ ହେଇ ନ'ପାରେ।
ଆଜି ଆପଣ ଯେଉଁ ଗାଁ କୁ ଯାଆନ୍ତୁ ନା କାହିଁକି, ଦେଖିବେ ପ୍ରତି ଗାଁ ରେ ମଠ, ଆଶ୍ରମ, ଭାଗବତ ଟୁଙ୍ଗୀ, ମେଳା ବରଗଛ, ଆଦି ଥିବ ହିଁ ଥିବ। ଏ ସବୁର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। କୀର୍ତ୍ତନ ହେଉଛି। ମେଳା ଚାଲୁଛି। ପ୍ରବଚନ ଓ ପ୍ରଚକଙ୍କ ସଂଖ୍ୟା ବଢିବାରେ ଲାଗିଛି।
ଏ ସବୁର ପ୍ରଭାବ ସମାଜର ଅବଚେତନ ସ୍ତରରେ ଯେଉଁ କୁପରିଣାମ ଆଣିଛି, ତାହା କେବେ ସମାଜକୁ ଆଗକୁ ନ'ନେଇ ପାରେ। ଜୀବନ ଧାରଣ ପାଇଁ ଯେତେ କମ ପରିଶ୍ରମ କରିବା ଦରକାର, ସେତିକି କରିଦେଇ ଅବଶିଷ୍ଟ ସମୟ ଧ୍ୟାନ ଧାରଣାରେ ବିତେଇ ଦେବାକୁ ଅନେକଙ୍କୁ ସହଜ ହେବ।

ଓଡିଶାର ସାଧାରଣ ଜନତାଙ୍କର " ଅଳ୍ପରେ ସନ୍ତୁଷ୍ଟି" ମାନସିକତା ଅନ୍ୟ ରାଜ୍ୟ ତୁଳନାରେ ବେସ ଅଧିକ। ପରିଶ୍ରମକରି ଉପାର୍ଜନ କରିବା ଯେତେ ସହଜ ନୁହେଁ, ଦୈବ'ର ଭଜନ କୀର୍ତ୍ତନ କରିବା ଆଉ ଆଲୌକୀକତା ହେତୁ ଧନ ସଂପତି ପାଇଯିବା ଟା ସହଜ।
ତେବେ ଏମିତି ହୁଏନା। ପରିଶ୍ରମ କରିବାର ବିକଳ୍ପ ନାହିଁ ।
ଅଷ୍ଟପ୍ରହର ସଙ୍କିର୍ତ୍ତନରେ ହୁଏତ ଆପଣା ମାନସୀକ ଶାନ୍ତି ମିଳିପାରେ। ହେଲେ ଅର୍ଥ ଅଭାବରୁ ପରିବାର ଉଜୁଡିଯାଏ।
ଲୋକମାନେ ଚାନ୍ଦାଭେଦା କରି ଗାଁ ରେ ମନ୍ଦିର ପରେ ମନ୍ଦିର ତିଆରି କରିପାରୁଛନ୍ତି। ହେଲେ ଖଣ୍ଡିଆ ରାସ୍ତାରେ ମାଟି ଝୁଡିଏ ପକାଇବାକୁ କେହି ବାହାରୁ ନାହାନ୍ତି। ନିଜେ ନିଜକୁ ସାହାଯ୍ୟ ନ'କରି ଅନ୍ୟର ସମୃଦ୍ଧିରେ ଅଥୟହେଇ ଆକୁ ତାକୁ ଦାୟି କରିବା ର ମାନସୀକତା କେବଳ କର୍ମକୋଢିଆ ହିଁ କରନ୍ତି।

ଚୈତନ୍ୟଙ୍କର ନବଧା ଭକ୍ତି ଆଉ କେବଳ ଭାରତରେ ସିମୀତ ନାହିଁ। "ISCON" ଦ୍ବାରା କୃଷ୍ଣ ଭକ୍ତି ନାମରେ ଏହା ଅନ୍ୟ ବିକଶିତ ଦେଶ ମାନଙ୍କରେ ବି ବ୍ୟାପିବାରେ ଲାଗିଛି।
ଦେଖିବେ, ଏହାର ବ୍ୟାପକତାରେ କେମିତି ସେମାନେ ତଳିତଳାନ୍ତ ହେଇଯାଉଛନ୍ତି।
----------------------------------------------------------------------------
ଏ ଲେଖାଟି ଆଗରୁ ଓଡିଶା ହେତୁବାଦୀ ସମାଜ ର ଫେସବୁକ ଗୃପରେ ପ୍ରକାଶିତ ହେଇଥିଲା । ଏବେର ଆବଶ୍ୟକାକୁ ନଜରଦେଇ ଆଉଥରେ ଏଠାରେ ପୂନଃ ଆଲେଖ୍ୟ ରହିଲା ।

15/10/2019

ମୋର ଜଣେ ଲେଖା ଯୋଖାରେ ଜେଜେମା ଥିଲେ ଯିଏ ଭାରି କ୍ରିକେଟ ପ୍ରେମୀ ଥିଲେ। କ୍ରିକେଟ ଖେଳ ସମୟରେ ଟିଭି ପାଖ ଛାଡୁ ନଥିଲେ। ତାଙ୍କର ପ୍ରିୟ କ୍ରିକେଟର ଥିଲେ ଇରଫାନ ପଠାନ। କିନ୍ତୁ ସେ ସାଧାରଣ ହିନ୍ଦୁ ମାନସିକତା ପରି କେବେ କେବେ କହୁଥିଲେ, ସବୁ ମୁସଲମାନ ପାକିସ୍ତାନ ଯାଆନ୍ତୁ, ସେତେବେଳେ ମୁଁ ତାଙ୍କୁ କହୁଥିଲି ତେବେ ଇରଫାନ ପଠାନ ବି ପାକିସ୍ତାନ ଚାଲିଯିବ ତ ?ତା ହେଲେ ସେ ପାକିସ୍ତାନ କ୍ରିକେଟ ଟିମରୁ ହିଁ ଖେଳିବ । ମୋ କଥା ଶୁଣି ସେ ନିଜେ ଭୁଲ ସଂଶୋଧନ କରି କହୁଥିଲେ ନାଁ ନାଁ ସବୁ ମୁସଲମାନ ପାକିସ୍ତାନ ଯାଆନ୍ତୁ କେବଳ ମୋର ଇରଫାନକୁ ଛାଡି😀

Mohapatra Sibasish Tutuଙ୍କ ରଚିତ ଏହି ସୁନ୍ଦର ଲେଖାଟି ଆମ ଦେଶରେ ଥିବା ଧାର୍ମିକ ଭାଇଚାରାକୁ ଦର୍ଶାଏ, ଯାହା କିଛି ହୀନସ୍ୱାର୍ଥ ବ୍ୟକ୍ତିଙ୍କ ପାଇଁ ନଷ୍ଟ ହେବାକୁ ଯାଉଛି, ମୋତେ ମୋର ଏହି ବ୍ୟକ୍ତିଗତ ଅନୁଭବଟିକୁ ମନେ ପକେଇ ଦେଇଛି। ପଢ଼ନ୍ତୁ ...

*ତୋ କୋରାନ ମୋତେ ଦେ, ମୋ ଗୀତା ତୁ ନେ....*
ଲେଖକ : ଶିବାଶୀଷ ମହାପାତ୍ର

- ସାଙ୍ଗ ! ତୁ ଯାହା କହ, ପଠାଣଗୁଡାକ ଭାରି ଖରାପ !!!

- କିରେ !!! ଏମିତି କଣ କହୁଛୁ !!! ପଠାଣଗୁଡାକ ଖରାପ !!! ଆମ ସ୍କୁଲ ସାଙ୍ଗ ମୁନା, ଆଲାମ୍, ଫୈଜଲ, .. ସବୁ ଖରାପ ଥିଲେ !!! ଆମ କଲେଜ ସାଙ୍ଗ ଇନ୍ତେକାମ୍, ମୁସ୍ତାଫା କଣ ଖରାପ ଥିଲେ !!!

- ନା ସାଙ୍ଗ ! ସେମାନେ ତ ଖରାପ ନ ଥିଲେ !!! ଆମେ ସମସ୍ତେ ମିଶିକି କେତେ ଭୋଜି ଭାତ ପିକନିକ୍ କରିଛେ !!!କେତେ ଟୁର୍ଣ୍ନାମେଣ୍ଟ ଖେଳିଛେ !!!

- ଆଉ କିଏ ଖରାପ ଥିଲା !!! ଆମ ଅଲ୍ଲୀସାର୍ !!! ଆମ ଆଜାଦ୍ ସାର !!! ନିଜାମ ଭାଇ !!! ଆମ ଲକ୍ଷ୍ମୀପୁଜାର ଯିଏ ମେନ୍ ଥିଲେ !!! ସିଏ ଖରାପ !!! ଫକ୍ରେ ଆଲାମ ଖରାପ !!!

- ନା ସେମାନେ କେହି ଖରାପ ନୁହଁନ୍ତି।

- ଆଉ !!! କିଏ ଖରାପ !!!

- ସେହି ବାବୁ ମିଆଁ !!! କେଜିଏ ମାଂସରେ ଯିଏ ପାଣି ଦିଏ !!! ଖାସୀ କହି ଯିଏ ମାଈଛେଳି ବିକେ !!!

- ଆରେ !!! ସେସବୁ ତ ବେପାର କଥା !!! କିଏ ଭେଜାଲ ନ ବିକୁଛି !!! ତୁ ବାବୁ ମିଆଁ କଥା କହୁଛୁ !!! ମୁସ୍ତାକ୍ ଚାଚା କଥା କହୁନୁ !!! ସିଏ କେବେ ଦୋ ନମ୍ବରୀ ମାଲ୍ କାଟେ ନା ପାଣି ଦିଏ !!!

- ନା ! ଟୁଟୁ ! ତୁ ଯାହା କହୁଛୁ କହ ! ସେ ପଠାଣଗୁଡାକ ଭଲ ଲୋକ ନୁହଁରେ !!!

- ଆରେ କାହା କଥା କହୁଛୁ !!! ଖୋଲିକି କହୁନୁ !!! ପଠାଣ କିଏ !!! ଟିପୁ ସୁଲତାନ୍, ଅବଦୁଲ ଗଫର ଖାଁ, ଅବଦୁଲ କଲାମ, ସଲମାନ ଖୁର୍ସିଦ୍, ଅହମ୍ମଦ ପଟେଲ, ମୁଖତାର ଆବାସ ନଗଭି, ସିକନ୍ଦର ବକ୍ତ, ଶାହାନବାଜ୍ ହୁସେନ୍, ମୁନା ଖାଁ, ହୁସେନ ରବି ଗାନ୍ଧୀ, ମହମ୍ମଦ ମୋକିମ, ସିକନ୍ଦର ଆଲାମ, ମହମ୍ମଦ ଅଜିଜ୍, ଫତେ ଅଲ୍ଲୀ ଖାଁ, ନାସିରୁଦ୍ଦିନ ଶାହା, ସଲମାନ ଖାଁ, ଶାରୁଖ ଖାଁ, ଅମୀର ଖାଁ, ସାବନା ଆଜମୀ, ଜେବା ବକତିଆର, ଦିଲ୍ଲୀପ କୁମାର, ବିସମିଲ୍ଲା ଖାଁ, ଭକ୍ତ ସାଲବେଗ, ଜାକିର ହୁସେନ, ଜାଭେଦ ଅଖତର, ନବାବ୍ ପଟୌଦୀ, ଆଝାରୁଦ୍ଦିନ୍, ୟୁସୁଫ୍ ପଠାନ୍, କିରମାନୀ ... ଏହିମାନେ ତ ପଠାଣ !!! କହ କିଏ ଖରାପ !!!

- ନାଁ ଟୁଟୁ ତୁ ଯାହା ଭାବୁଛୁ ଭାବେ।ସେ ପଠାଣଗୁଡାକ ଭଲ ଲୋକ ନୁହଁ।

- ଆରେ କଉଁ ପଠାଣ !!! କହୁନୁ !!!

- ସେହି ପାକିସ୍ଥାନୀ ପଠାଣଗୁଡାକ ଭଲ ନୁହଁ !!!

- ପାକିସ୍ଥାନ ଦେଖିଛୁ !!! କେତୁଟା ପାକିସ୍ଥାନୀଙ୍କ ସାଙ୍ଗେ ମିଶିଛୁ !!! ମୁଁ ବିଦେଶରେ ଚାକିରୀ କଲା ବେଳେ କିଛି ପାକିସ୍ଥାନୀଙ୍କ ସହ ମିଶିଛି। ମୋତେ ତ କାଲି ଭଳି ଲାଗୁଛି ଆମ ମେସରେ ଜଣେ ମୁସଲମାନ ରୋଷେୟାଟେ ଥିଲା। ମୁଁ ଯେବେ ବିଦେଶ ଛାଡିଲି, ନିଜ ଦେଶକୁ ଫେରିବାର ଖୁସିରେ ମୋ ଗୋଡ ତଳେ ଲାଗୁନଥାଏ।ସେ ମୁସଲିମ୍ ରୋଷେୟାଟା ଏମିତି କାନ୍ଦିଲାଯେ ତାକୁ ବୁଝଉ ବୁଝଉ ମୋ ଆଖିରୁ ବି ଲୁହ ବାହାରି ପଡିଥିଲା !!! ତଥାପି ମୁଁ ଆଜି ତୋ କଥା ଶୁଣିବି। କଣ ପାଇଁ ସେମାନ ଖରାପ ମୋତେ ବୁଝା !!! ମୁଁ ଜାଣିବାକୁ ଚାହୁଁଛି !!!

- ମୁଁ ସେସବୁ ତୋତେ କିଛି ବୁଝେଇ ପାରିବିନି। ତୁ ଟିଭି ଦେଖେ।ସଵୁ ଜାଣିବୁ।ସେହିମାନଙ୍କ ପାଇଁ ଅାମ ଭାରତ ଅାଜି ସଙ୍କଟରେ।ଆମକୁ ବିପଦ ମାଡିଆସୁଛି।

- ଓହଃ !!! ତୁ ପାକିସ୍ଥାନ ଦେଖିନୁ !!! ଗୋଟେ ବି ପାକିସ୍ଥାନୀ ସାଙ୍ଗେ ମିଶିନୁ !!! ୟେ ଟିଭି ନିଉଜ୍ ଶୁଣିକି ପଠାଣଗୁଡାକ ଖରାପ କହୁଛୁ !!! ସେସବୁ ତୋର ଭୁଲ ଧାରଣା।ସେମାନେ ବି ଆମ ଭଳି ମଣିଷ।ସେମାନଙ୍କ ମୁଣ୍ଡରେ ବି ହିନ୍ଦୁ ଖରାପ ବୋଲି ପୁରେଇ ଦିଆଯାଉଛି।ଆମେ ପରସ୍ପର ବାଡିଆ ବାଡି ହଉଛେ।ଉଭୟ ସଂପ୍ରଦାୟର ନେତାମାନେ ମଜା ନଉଛନ୍ତି।ତୁ କଣ ବୁଝୁଛୁ !!!

- ତୁ ସେ ବାଜେ କଥା କହନା।ସେମାନେ ଜୟ ଶ୍ରୀରାମ କହିବେ !!!

- ତୁ ଆଲ୍ଲା ହୋ ଆକବର କହିଲେ ସେମାନେ ବି ଜୟ ଶ୍ରୀରାମ ନିଶ୍ଚୟ କହିବେ !!! ତୁ ଇଦରେ ମସଜିଦ୍ ବୁଲିଲେ ସେମାନେ ବି ଦଶହରାରେ ଦାଣ୍ଡିଆ ଖେଳିବେ !!! ତୁ ଚେକ୍ ଲୁଙ୍ଗି ପିନ୍ଧିଲେ ସେମାନେ ବି ଧୋତି ପିନ୍ଧିବେ !!! ତୁ କୋରାନ୍ ପଢିଲେ ସେମାନେ ବି ଗୀତା ପଢିବେ !!! ତୁ ଥରେ କହି ଦେଖ୍ "ତୋ କୋରାନ୍ ମୋତେ ଦେ, ମୋ ଗୀତା ତୁ ନେ" !!! କେଡେ ସୁନ୍ଦର ଆମ ଭାଇଚାରା ଦେଖିବୁ !!!

(ସବୁ ଆତଙ୍କବାଦୀ ମୁସଲିମ୍ ହେଇପାରନ୍ତି ହେଲେ ସବୁ ମୁସଲିମ୍ ଆତଙ୍କବାଦୀ ନୁହଁନ୍ତି।ଆତଙ୍କବାଦର କୌଣସି ଧର୍ମ ନାହିଁ।ଲୋକେ ସିନା କୁହନ୍ତୁ ହେଲେ ସବୁ ଯାଜପୁରିଆ ଟାଉଟର ନୁହଁନ୍ତି କି ସବୁ ଢେଙ୍କାନାଳିଆ ବୋକା ନୁହଁନ୍ତି।)

Address

DENGADI GRAMAPANCHAYATA
Brahmapur
761144

Opening Hours

Monday 10:30am - 5pm
Tuesday 10:30am - 5pm
Wednesday 10:30am - 5pm
Thursday 10:30am - 5pm
Friday 10:30am - 5pm
Saturday 10:30am - 5pm
Sunday 10:30am - 5pm

Telephone

9937981039

Website

Alerts

Be the first to know and let us send you an email when Ramanuja pathagara,dengadi posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Ramanuja pathagara,dengadi:

Share